ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନ
ମହିନ୍ଦ୍ରା ଟ୍ରାକ୍ଟର ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ପାଆନ୍ତୁ । ଅଧିକ ବିସ୍ତୃତି ପାଇଁ ଆମର ଟୋଲ୍ - ଫ୍ରି ନମ୍ବରରେ କଲ୍ କରନ୍ତୁ କିମ୍ବା ଆପଣଙ୍କ ନିକଟସ୍ଥ ଡିଲରସିପ୍ କୁ ଯାଆନ୍ତୁ ।
ମହିନ୍ଦ୍ରା ଟ୍ରାକ୍ଟରର ବ୍ୟାପକ ଟ୍ରାକ୍ଟର ରେଞ୍ଜ୍ ବିଭିନ୍ନ ପ୍ରକାରର କୃଷି ଏବଂ ଅମଳ ଆବଶ୍ୟକତା ପୂରଣ କରେ । ଆପଣଙ୍କ ଜମିର ସ୍ଥିତି,ବଜେଟ୍ ଏବଂ ହର୍ଷ ପାୱାର୍ ଆବଶ୍ୟକତା, ଇଞ୍ଜିନ ଏବଂ ଉଠାଇବା କ୍ଷମତା ଉପରେ ଆଧାର କରି ଗୋଟିଏ ମଡେଲ ଚୟନ କରନ୍ତୁ ।
ମହିନ୍ଦ୍ରା ଟ୍ରାକ୍ଟର ମୂଲ୍ୟ ଏକାଧିକ କାରଣ ଉପରେ ନିର୍ଭର କରେ ଯେପରିକି ଟ୍ରାକ୍ଟର ପ୍ରକାର, ଡାଉନ୍ ପେମେଣ୍ଟ, ଆର୍ଥିକ ଏବଂ ଅନ୍ୟାନ୍ୟ | ଆମ ସହିତ ଯୋଗାଯୋଗ କରନ୍ତୁ କିମ୍ବା ଟ୍ରାକ୍ଟର ମୂଲ୍ୟ।
ହଁ, ମହିନ୍ଦ୍ରା ଟ୍ରାକ୍ଟର ପାୱାର୍ ଷ୍ଟିଅରିଂ ବିକଳ୍ପ ଟ୍ରାକ୍ଟର ଚଲାଇବା ସହଜ କରାଏ । ପାୱାର୍ ଷ୍ଟିଅରିଂ ବିକଳ୍ପ ସହ ମହିନ୍ଦ୍ରା ଟ୍ରାକ୍ଟର ରେଞ୍ଜ୍ ର ନିମ୍ନରେ ତାଲିକା ଦିଆଗଲା ..
- ମହିନ୍ଦ୍ରା ଜିଭୋ: ପାୱାର୍ ଷ୍ଟିଅରିଂ
- ମହିନ୍ଦ୍ରା XP ପ୍ଲସ୍: ଜୁଆଲ୍ ଆକ୍ଟିଂ ପାୱାର୍ ଷ୍ଟିଅରିଂ
- ମହିନ୍ଦ୍ରା SP ପ୍ଲସ୍: ଡୁଆଲ୍ ଆକ୍ଟିଂ ପାୱାର୍ ଷ୍ଟିଅରିଂ
- ମହିନ୍ଦ୍ରା ୟୁଭୋ: ପାୱାର୍ ଷ୍ଟିଅରିଂ
- ଅର୍ଜୁନ୍ ନୋଭୋ: ପାୱାର୍ ଷ୍ଟିଅରିଂ, ଡବଲ୍ ଆକ୍ଟିଂ ପାୱାର୍ ଷ୍ଟିଅରିଂ
ମହିନ୍ଦ୍ରା ଟ୍ରାକ୍ଟର 15 ରୁ 74 HP ରେଞ୍ଜରେ ବିଭିନ୍ନ ପ୍ରକାରର ମଡେଲ୍ ନିର୍ମାଣ କରିଥାଏ । ମହିନ୍ଦ୍ରା ଟ୍ରାକ୍ଟର 20 HP ପର୍ଯ୍ୟନ୍ତ ଦେଖିବା ବେଳେ, ଆପଣ ମହିନ୍ଦ୍ରା ଯୁବରାଜ 215 NXT ଚୟନ କରି ପାରିବେ । ଅଧିକ ଶକ୍ତିଶାଳୀ ଟ୍ରାକ୍ଟର ପାଇଁ, ମହିନ୍ଦ୍ରା ଅର୍ଜୁନ୍ ଅଲ୍ଟ୍ରା -1 605 DI କିମ୍ବା ମହିନ୍ଦ୍ରା ନୋଭୋ 755 DI ଚୟନ କରିବା ବିଚାରକୁ ନିଅନ୍ତୁ ।
ଆପଣଙ୍କ କୃଷି ଆବଶ୍ୟକତାକୁ ସୁହାଇବା ପାଇଁ ବିଭିନ୍ନ ପ୍ରକାରର ଟ୍ରାକ୍ଟର ରେଞ୍ଜ ରହିଛି ।
- ମହିନ୍ଦ୍ରା ଜିଭେ: କମ୍ପାକ୍ଟ ଟ୍ରାକ୍ଟର୍, ସମସ୍ତ କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ
- ମହିନ୍ଦ୍ରା XP ପ୍ଲସ୍: ଶକ୍ତିଶାଳୀ ଇଞ୍ଜିନ ଏବଂ କମ୍ ଫୁଏଲ୍ କଞ୍ଜପ୍ସନ୍ ଦୃଢ଼ ରେ୍ଞ୍ଜ୍
- ମହିନ୍ଦ୍ରା SP ପ୍ଲସ୍ : ଶକ୍ତିଶାଳୀ ଟ୍ରାକ୍ଟର ଯାହା ଉଚ୍ଚ ଫୁଏଲ୍ ଏଫିସିଏନ୍ସି, ଉଚ୍ଚ ମାକ୍ସ ଟର୍କ ପ୍ରଦାନ କରେ
- ମହିନ୍ଦ୍ରା ୟୁଭୋ: ଟେକ୍ନୋଲୋଜୀ ଆଡଭାନସଡ୍ ଟ୍ରାକ୍ଟର, ଯାହା ଅତ୍ୟାଧୁନିକ ହାଇଡ୍ରୋଲିକ୍, ଶକ୍ତିଶାଳୀ ଇଞ୍ଜିନ ଏବଂ ବୈଶିଷ୍ଟ୍ୟ ସମୃଦ୍ଧ ଟ୍ରାନ୍ସମିସନ୍ ପାଇଁ ଅଧିକ ଭଲ, ତ୍ବରିତ କାର୍ଯ୍ୟ ସୁନିଶ୍ଚିତ କରେ ।
- ଅର୍ଜୁନ୍ ନୋଭୋ : ପରିବହନ, ପଡଲିଂ, ଅମଳ କରିବା ଆଦି ସମେତ ଆହୁରି ଅନେକ 40ରୁ ଅଧିକ କୃଷି କାର୍ଯ୍ୟ ସମ୍ପାଦନ ପାଇଁ ତିଆରି ହୋଇଛି
ମହିନ୍ଦ୍ରା ଟ୍ରାକ୍ଟରର ଟୋଲ୍ ଫ୍ରି ନମ୍ବର ହେଉଛି 18002100700 , ଯାହା ଦିନରାତି 24 ଘଣ୍ଟା ସକ୍ରିୟ ରହେ । କୌଣସି ପ୍ରକାର ସହାୟତା ପାଇଁ ଆପଣ [email protected] ଜରିଆରେ ମଧ୍ୟ ଆମକୁ ସଂପର୍କ କରି ପାରିବେ ।
ସାରା ଦେଶରେ ଆମର 1400ରୁ ଅଧିକ ଟଚ ପଏଣ୍ଟ ରହିଛି । ଏଠାରେ କ୍ଲିକ୍ କରନ୍ତୁ ଏବଂ ମହିଟସ୍ଥ ମହିନ୍ଦ୍ରା ଟ୍ରାକ୍ଟର ଶୋରୁମ୍ ଏ ଟ୍ରାକ୍ଟର ଡିଲର୍ ପାଇବା ବାଇଁ ଏଠାରେ ଆପଣଙ୍କ ଅବସ୍ଥାନ ଉଲ୍ଲେଖ କରନ୍ତୁ ।
କୃଷି ଉଦ୍ୟୋଗର ପରିବର୍ତ୍ତନଶୀଳ ଆବଶ୍ୟକତାକୁ ଧ୍ୟାନରେ ରଖି ମହିନ୍ଦ୍ରା ଟ୍ରାକ୍ଟର୍ ବିଭିନ୍ନ ପ୍ରକାରର ମଡେଲ୍ ପ୍ରଦାନ କରିଥାଏ । SP ପ୍ଲସ୍: ମହିନ୍ଦ୍ରା SP ପ୍ଲସ୍ ଟ୍ରାକ୍ଟର୍ ଅତ୍ୟଧିକ ଶକ୍ତିଶାଳୀ ଯାହାର ଅଛି ସେହି ଶ୍ରେଣୀର ସବୁଠାରୁ କମ୍ ଫୁଏଲ୍ କଞ୍ଜପ୍ସନ୍ । ଏହାର ଶକ୍ତିଶାଳୀ ELS DI ଇଞ୍ଜିନ, ହାଇ ମାକ୍ସ ଟର୍କ ଏବଂ ଉତ୍କୃଷ୍ଟ ବ୍ୟାକଅପ୍ ଟର୍କ ଯୋଗୁଁ, ଏହା ସମସ୍ତ ପ୍ରକାର କୃଷି ଉପକରଣ ସହ ଅଦ୍ବିତୀୟ ପ୍ରଦର୍ଶନ ଦେଇଥାଏ । ଏହି ମଡେଲ୍ ଅନ୍ତର୍ଭୁକ୍ତ ହେଉଛି :
- ମହିନ୍ଦ୍ରା 275 DI SP ପ୍ଲସ୍
- ମହିନ୍ଦ୍ରା 275 DI TU SP ପ୍ଲସ୍
- ମହିନ୍ଦ୍ରା 415 DI SP ପ୍ଲସ୍
- ମହିନ୍ଦ୍ରା 475 DI SP ପ୍ଲସ୍
- ମହିନ୍ଦ୍ରା 575 DI SP ପ୍ଲସ୍
XP ପ୍ଲସ୍: ମହିନ୍ଦ୍ରା XP ପ୍ଲସ୍ ରେଞ୍ଜର ଟ୍ରାକ୍ଟର୍ ର ଅଛି ହାଇ ମାକ୍ସ ଟର୍କ ଯାହା ସବୁ ପ୍ରକାର ଉପକରଣ ସହ ଭଲଭାବେ କାମ କରିଥାଏ, ଏବଂ ଏହାର ଉତ୍କୃଷ୍ଟ ବ୍ୟାକ୍ ଅପ୍ ଟର୍କ, ବଢ଼ିଆ ଶକ୍ତି ଏବଂ ପ୍ରଦର୍ଶନ ନିଶ୍ଚିତ କରିଥାଏ । ଏହି ମଡେଲ୍ ଅନ୍ତର୍ଭୁକ୍ତ ହେଉଛି:
ପ୍ରାୟ ଚାରି ଦଶନ୍ଧି ଧରି, ଆମେ ଭାରତରେ ଥିବା ମହିନ୍ଦ୍ରା ଟ୍ରାକ୍ଟର ଡିଲରଙ୍କ ସହ ସହଯୋଗ କରିଛୁ ଏବଂ ବିସ୍ତାର ହୋଇଛୁ । ଆପଣ ଆମର ଡିଲରସିପ୍ ପୋର୍ଟାଲ୍ ଭିଜିଟ୍ କରି ପାରିବେ, ଟ୍ରାକ୍ଟର ସୋ ରୁମ୍ ଡିଲରସିପ୍ ପାଇଁ ଆବେଦନ କରିବାକୁ ନିଜର ଅବସ୍ଥାନ ପ୍ରଦାନ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ ।
ମହିନ୍ଦ୍ରା ମିନି ଟ୍ରାକ୍ଟରଗୁଡ଼ିକ ପ୍ରାଥମିକ ଭାବେ ଉଦ୍ୟାନ କୃଷି ପାଇଁ ବ୍ୟବହାର କରାଯାଏ । ସେଗୁଡ଼ିକ କମ୍ପାକ୍ଟ ଆକାରରେ ଆସିଥାଏ, ଯାହାକି ତୁଳା, ଅଙ୍ଗୁର, ଡାଲି, ଡାଳିମ୍ବ, ଆଖୁ, ଚିନାବାଦାମ ଏବଂ ଆହୁରି ଅନେକ ଭିନ୍ନ ଭିନ୍ନ ପ୍ରକାରର ଫସଲରେ ଉପଯୋଗ ପାଇଁ ବଢ଼ିଆ । ଆପଣ ମଧ୍ୟ ସେଗୁଡ଼ିକୁ ଭୂମି ବିଭାଜନ ଏବଂ ଆନ୍ୟନ୍ୟ ପରବର୍ତ୍ତୀ କାର୍ଯ୍ୟରେ ବ୍ୟବହାର କରି ପାରିବେ । ଆମର ସବୁଠାରୁ ଅଧିକ ବିକ୍ରି ହେଉଥିବା କମ୍ପାକ୍ଟ ଟ୍ରାକ୍ଟରଗୁଡ଼ିକ ହେଉଛି ମହିନ୍ଦ୍ରା ଯୁବରାଜ 215 NXT ଏବଂ ମହିନ୍ଦ୍ରା ଜିଭୋ ରେଞ୍ଜ ।
37 ବର୍ଷ ଧରି, ଆମେ କୃଷକମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଛୁ, ଯାହା ଆମକୁ ସେମାନଙ୍କର ଆବଶ୍ୟକତା ଏବଂ ଆହ୍ better ାନକୁ ଭଲ ଭାବରେ ବୁ to ିବାକୁ ଦେଇଥାଏ | ଆମେ ବିଭିନ୍ନ ପ୍ରକାରର ଚାଷୀଙ୍କ ଆବଶ୍ୟକତା ଏବଂ ବିଭିନ୍ନ ପ୍ରକାରର ମାଟି ପାଇଁ ଉପଯୁକ୍ତ ଟ୍ରାକ୍ଟର ପ୍ରଦାନ କରୁ | ଆମର ଟ୍ରାକ୍ଟରଗୁଡ଼ିକ ସୁଲଭ ମୂଲ୍ୟରେ ଶକ୍ତି, ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟତା ପ୍ରଦାନ କରନ୍ତି | ଆମର ପରିସର ମଧ୍ୟରେ ମହିନ୍ଦ୍ରା ଏସପି ପ୍ଲସ୍ , ମହିନ୍ଦ୍ରା ଏକ୍ସପି ପ୍ଲସ୍ , ମହିନ୍ଦ୍ରା ଜିଭୋ , ମହିନ୍ଦ୍ରା ୟୁଭୋ , ମହିନ୍ଦ୍ରା ଅର୍ଜୁନ ଏବଂ ମହିନ୍ଦ୍ରା ନୋଭୋ । ମହିନ୍ଦ୍ରା ଟ୍ରାକ୍ଟର କିଣିବା ଆମର ଶକ୍ତିଶାଳୀ ଇଞ୍ଜିନ୍, ଚିତ୍ତାକର୍ଷକ ମାଇଲେଜ୍, ଏସି କ୍ୟାବିନ ଏବଂ ଘୋଡା ଶକ୍ତି 15 HP ରୁ 74 HP ପର୍ଯ୍ୟନ୍ତ ଚାଷୀଙ୍କୁ ସେମାନଙ୍କର ବ୍ୟବସାୟକୁ ଅଧିକ ଦକ୍ଷତାର ସହିତ ଚଳାଇବାକୁ ଅନୁମତି ଦିଏ |
ଭାରତରେ ରୁଦ୍ରପୁର, ନାଗପୁର, ଜାହିରାବାଦ, ରାଜକୋଟ୍ ଆଦି ସ୍ଥାନରେ ମହିନ୍ଦ୍ରା ଟ୍ରାକ୍ଟରଗୁଡ଼ିକ ତିଆରି ହୋଇଥାଏ । ଆମର ମଧ୍ୟ ଚୀନ, ଆମେରିକା ଏବଂ ଅଷ୍ଟ୍ରେଲିଆରେ ନିର୍ମାଣ ପ୍ଲାଣ୍ଟ ରହିଛି ।
ଆପଣ ଆମର କ୍ୟାରିଅର୍ ପୋର୍ଟାଲ ଯାଇ ପାରିବେ ଏବଂ ରହିଥିବା ଖାଲି ପଦବୀ ପାଇଁ ଅନଲାଇନ୍ ଆବେଦନ କରି ପାରିବେ । ଆପଣଙ୍କ ସ୍ଥାନ ଏବଂ ପସନ୍ଦର କାର୍ଯ୍ୟର ତଥ୍ୟ ପ୍ରଦାନ କରି ଆପଣ ଉପଲବ୍ଧ ଥିବା କାର୍ଯ୍ୟ ଖୋଜି ପାରିବେ । ଉପଯୁକ୍ତ କାର୍ଯ୍ୟ ସୁଯୋଗ ଆସିଲେ ଆପଣଙ୍କୁ ସୂଚନା ଆସିବା ପାଇଁ ଆପଣ ମଧ୍ୟ ଆଲର୍ଟ ତିଆରି କରି ପାରିବେ ।
"ମହିନ୍ଦ୍ରା ଟ୍ରାକ୍ଟରର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ରହିଛି । ଆମର ଠିକଣା ହେଉଛି :
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍
ଫାର୍ମ ଇକ୍ବିପମେଣ୍ଟ ସେକ୍ଟର,
ଫାର୍ମ ଡିଭିଜନ୍,
ପ୍ରଥମ ମହଲା, ମହିନ୍ଦ୍ରା ଟାୱାର୍,
ଆକୁର୍ଲି ରୋଡ୍, କାନ୍ଦିଭାଲି (ପୂର୍ବ),
ମୁମ୍ବାଇ - 400101
"ମହିନ୍ଦ୍ରା ଟ୍ରାକ୍ଟର ହେଉଛି ଗୋଟିଏ ପୁରସ୍କାର- ପ୍ରାପ୍ତ ଟ୍ରାକ୍ଟର ନିର୍ମାତା । ଆମେ ସାରା ବିଶ୍ବରେ ଟୋଟାଲ୍ କ୍ବାଲିଟି ମ୍ୟାନେଜମେଣ୍ଟ (TQM) ପାଇଁ ସମ୍ମାନଜନକ ଡିମିଙ୍ଗ୍ ପୁରସ୍କାର ପାଇଛୁ । ବିଶ୍ବରେ ଜାପାନ୍ କ୍ବାଲିଟି ମେଡାଲ୍ ଜିତିବାରେ ଆମେ ମଧ୍ୟ ହେଉଛୁ ପ୍ରଥମ ଟ୍ରାକ୍ଟର ନିର୍ମାତା ।
ଆମଠାରୁ ଟ୍ରାକ୍ଟର କିଣିବା ବେଳେ, ଆପଣ ସବୁଠାରୁ ବଢ଼ିଆ ଦାମରେ ଶ୍ରେଷ୍ଠ ଗୁଣବତ୍ତା ପାଇବା ନେଇ ନିଶ୍ଚିତ ରୁହନ୍ତି । ଆମେ କଡ଼ା ଗୁଣବତ୍ତା ଏବଂ ନିୟନ୍ତ୍ରଣ ଯାଞ୍ଚ କରିଥାଉ । ବିଭିନ୍ନ ବ୍ରାଣ୍ଡ ଅଧୀନରେ ଆମେ ଅନେକ ପ୍ରକାର ରେଞ୍ଜର୍ ଟ୍ରାକ୍ଟର ପ୍ରଦାନ କରୁ ଯାହା କେବଳ ଯେ ଫୁଏଲ୍ ଏଫିସିଏଣ୍ଟ ତା ନୁହେଁ, ଉତ୍ପାଦନକ୍ଷମତା ବଢ଼ାଇବା ପାଇଁ ଏସବୁରେ ରହିଛି ନବୀନତମ ଟେକ୍ନୋଲୋଜୀ । ଏହାର କୌଣସି ପାର୍ଟ ବଦଳାଇ ଲଗାଇବାକୁ ହେଲେ ସହଜରେ ଉପଲବ୍ଧ ଏବଂ ଆମର ମଧ୍ୟ ରହିଛି ବ୍ୟାପକ ସର୍ଭିସ୍ ନେଟୱାର୍କ । ଏସବୁ ଆମକୁ ସବୁଠାରୁ ଅଧିକ ଭରସାଯୋଗ୍ୟ, ଅଧିକ ବିକ୍ରି ହେଉତିବା ଟ୍ରାକ୍ଟର ନିର୍ମାତା କମ୍ପାନୀ ଭାବେ ବିଶ୍ବରେ ପରିଚିତ ହେବାରେ ସାରାଯ୍ୟ କରିଛି ।
ମହିନ୍ଦ୍ରା ଟ୍ରାକ୍ଟର ହେଉଛି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଟ୍ରାକ୍ଟର ବିଭାଗ, ଯାହାକି ମହିନ୍ଦ୍ରା ଗ୍ରୁପର ଫ୍ଲାଗସିପ୍ କମ୍ପାନୀ । ମହିନ୍ଦ୍ରା ଗ୍ରୁପ୍ ର ପ୍ରତିଷ୍ଠାତା ହେଉଛନ୍ତି ଗୁଲାମ ମହମ୍ମଦଙ୍କ ସହ ଜେ. ସି ମହିନ୍ଦ୍ରା ଏବଂ କେ. ସି ମହିନ୍ଦ୍ରା ।
ହଁ, ମହିନ୍ଦ୍ରା ଟ୍ରାକ୍ଟର ଗୋଟିଏ ଭାରତୀୟ କମ୍ପାନୀ ଏବଂ ଏହା ଦେଶର ଶ୍ରେଷ୍ଠ ଟ୍ରାକ୍ଟର ନିର୍ମାଣକାରୀ ଓ ଗତ 37 ବର୍ଷ ଧରି ମାର୍କେଟ୍ ଲିଡର୍ ରହିଛି । ସଂଖ୍ୟା ଦୃଷ୍ଟିରୁ ଏହା ମଧ୍ୟ ହେଉଛି ବିଶ୍ବର ସବୁଠାରୁ ଅଧିକ ଟ୍ରାକ୍ଟର ନିର୍ମାଣ କରୁଥିବା କମ୍ପାନୀ । ଉତ୍ତର ଆମେରିକା, ମେକ୍ସିକୋ, ବ୍ରାଜିଲ୍, ତୁର୍କୀ, ଦକ୍ଷିଣ ଆଫ୍ରିକା ଏବଂ ଜାପାନ୍ ସେମତ 40ରୁ ଅଧିକ ଦେଶରେ ଏହାର ଉପସ୍ଥିତି ରହିଛି ।
ମହିନ୍ଦ୍ରା ଟ୍ରାକ୍ଟର ବିଷୟରେ ମହୀନ୍ଦ୍ରଙ୍କ ମିଳିତ ଉଦ୍ୟମରେ ଆନ୍ତର୍ଜାତୀୟ ଟ୍ରାକ୍ଟର କମ୍ପାନୀ ଅଫ୍ ଇଣ୍ଡିଆ (ITCI) ଭାବରେ ଆରମ୍ଭ ହୋଇଥିଲା & amp; 1963 ରେ ଆନ୍ତର୍ଜାତୀୟ ଅମଳକାରୀ କମ୍ପାନୀ ଏବଂ ଭୋଲ୍ଟାସ୍ ଲିମିଟେଡ୍ ସହିତ ମହିନ୍ଦ୍ରା। ITCI ମହିନ୍ଦ୍ରା ସହିତ ମିଶ୍ରିତ ହେଲା & amp; 1977 ରେ ମହିନ୍ଦ୍ରା ଏବଂ ଏହିପରି ଟ୍ରାକ୍ଟର ବିଭାଗ ଆରମ୍ଭ କଲେ |